'ଓମ୍' ଶଦ୍ଦ ଉଚ୍ଚାରଣର ଉପକାରିତା
'ଓମ୍' ଶଦ୍ଦ ଉଚ୍ଚାରଣର ଉପକାରିତା
ଭୁବନେଶ୍ୱର: ଓଁ ଶବ୍ଦ ବହୁତ ପ୍ରଭାବଶାଳୀ ଅଟେ ଓ ଏହାର ଉଚ୍ଚାରଣ କରିବା ଦ୍ଵାରା ଆମକୁ ଏକାଧିକ ଲାଭ ମିଳିଥାଏ । 'ଓଁ' ଶବ୍ଦର ଆମର ଶରୀର ଉପରେ ସକାରାତ୍ମକ ପ୍ରଭାବ ପକାଇଥାଏ । ଯେତେବେଳେ ଆମେ 'ଓଁ' ଶବ୍ଦ କହୁ, ସେତେବେଳେ ଆମ ଶରୀରରେ ଏକ ପ୍ରକାର ଶକ୍ତି ଉତ୍ପନ୍ନ ହୋଇଥାଏ ।
'ଓଁ' ଶବ୍ଦରୁ ଏହି ସବୁ ଲାଭ ମିଳିଥାଏ
.ଧ୍ୟାନ କରିବା ସମୟରେ 'ଓଁ' ଉଚ୍ଚାରଣ କରିବା ଦ୍ଵାରା ବିଷାଦ ଦୂର ହୋଇଥାଏ ଓ ଆପଣ ସ୍ଫୁର୍ତ୍ତିଯୁକ୍ତ ହୋଇଥାନ୍ତି ।
.ଯେଉଁ ବ୍ୟକ୍ତିମାନେ ନିୟମିତ ରୂପରେ 'ଓଁ' ଉଚ୍ଚାରଣ କରନ୍ତି ସେମାନଙ୍କ ଶରୀରରେ ରକ୍ତ ପ୍ରବାହ ଠିକ ଭାବରେ ହୋଇଥାଏ ।
.'ଓଁ' ଶବ୍ଦର ପ୍ରଭାବ ହୃତପିଣ୍ଡ ଉପରେ ବହୁତ ଉତ୍ତମ ରୂପରେ ପଡିଥାଏ ଏବଂ ଏହାର ଉଚ୍ଚାରଣ କରିବା ମାତ୍ରେ ହୃତପିଣ୍ଡ ମଜବୁତ ହୋଇଥାଏ।
.'ଓଁ' ଶବ୍ଦ ଅତ୍ୟନ୍ତ ପ୍ରଭାବଶାଳୀ ଅଟେ ଓ ଏହା କହିବା ଦ୍ଵାରା ଶରୀର ରେ ଯେଉଁ କମ୍ପନ ସୃଷ୍ଟି ହୁଏ ତାହା ମେରୁଦଣ୍ଡର ଅସ୍ଥି ଉପରେ ସକାରାତ୍ମକ ପ୍ରଭାବ ପକେଇଥାଏ ଓ ମେରୁଦଣ୍ଡ ମଜବୁତ ହୁଏ ।

.'ଓଁ' କହିବ ସମୟରେ ଓ ଅକ୍ଷର ଉପରେ ଅଧିକ ଜୋର ଦିଆଯାଏ । ଏତଦ୍ବାରା ପେଟ ଉପରେ ଜୋର ପ୍ରଭାବ ପଡେ ଯାହା ଫଳରେ ଶରୀରରେ ପାଚନ ଶକ୍ତି ଉନ୍ନତ ହୁଏ ।
.ଯେଉଁ ବ୍ୟକ୍ତି ମାନଙ୍କର ନିଦ୍ରାଗତ ଅସୁବିଧା ରହିଛି ଯଦି ସେମାନେ ଶୋଇବା ସମୟରେ 'ଓଁ' ଉଚ୍ଚାରଣ କରନ୍ତି ତେବେ ସେମାନଙ୍କୁ ଭଲ ନିଦ ହବାରେ ଏହା ସହାୟକ ହୋଇଥାଏ ।
.ଓଁ' ଚିହ୍ନକୁ ଘରର ମୁଖ୍ୟ ପ୍ରବେଶ ଦ୍ବାର ଉପରେ ଅଙ୍କିତ କରିବା ଅତ୍ୟନ୍ତ ଶୁଭ ହୋଇଥାଏ । ଘରର ମୁଖ୍ୟ ଦ୍ବାରରେ ଏହି ଚିହ୍ନ ରହିବା ଦ୍ଵାରା ଗୃହରେ ସବୁବେଳେ ଆନନ୍ଦ ରହେ ଓ ସମସ୍ତ ପ୍ରକାର ଦୁଃଖ ଦୂରେଇ ରୁହନ୍ତି।












Click it and Unblock the Notifications