ବିଶ୍ୱସ୍ତରୀୟ ବ୍ରାଣ୍ଡ ହେବ ଓଡିଶାର ବାନ୍ଧକଳା


ଭୁବନେଶ୍ବର : ଓଡିଶାର ବାନ୍ଧକଳାର ସବୁବେଳେ ଚାହିଦା ରହି ଆସିଛି । ଏପରିକି ଜାତୀୟ ଓ ଆନ୍ତର୍ଜାତୀୟସ୍ତରରେ ଓଡିଶାର ବାନ୍ଧକଳା ଅନେକ ସୁନାମ ଅର୍ଜନ କରିଛି । ଏହାର ଆକର୍ଷଣୀୟ ଡିଜାଇନ ବିଶ୍ୱସ୍ତରରେ ଖୁବ୍ କ୍ଷାତି ଅର୍ଜନ କରିଛି । ଏବେ ରାଜ୍ୟ ସରକାର ଏହି ବାନ୍ଧକଳାକୁ 'ବ୍ରାଣ୍ଡ' ଭାବରେ ପରିଣତ କରିବାକୁ ଯାଉଛନ୍ତି । ଓଡିଶାର ବାନ୍ଧକଳା 'ଇକାତ' ଡିଜାଇନ ଏବେ ବିଶ୍ବସ୍ତରରେ ବ୍ରାଣ୍ଡ ହେବାକୁ ଯାଉଛି । ରାଜ୍ୟ ସରକାର ଏନେଇ ତାଙ୍କର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏହି ବ୍ରାଣ୍ଡର ଯେପରି ପ୍ରଚାର ଓ ପ୍ରସାର ହେବ ଏବଂ ବୟନ ଓ ହସ୍ତତନ୍ତ କ୍ଷେତ୍ରରେ ଅଧିକରୁ ଅଧିକ ପୁଞ୍ଜିନିବେଶ କରାଯିବ ସେନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଆନ୍ତର୍ଜାତିକ ସ୍ତରରେ କ୍ଷାତି ଅର୍ଜନ କରିଥିବା ଡିଜାଇନର ଆର.କେ.ଚିଷ୍ଟି, ଆବ୍ରାହମ ଠାକୁର, ରାଜେଶ ପ୍ରତାପ ସିଂ, ଅଞ୍ଜଳି କାଲିଆ ଓ ବିଭୁ ମହାପାତ୍ରଙ୍କୁ ଏହି ବାନ୍ଧକଳା ଶାଢୀର ଡିଜାଇନ ପାଇଁ ରାଜ୍ୟ ସରକାର ଆମନ୍ତ୍ରଣ କରିବେ ବୋଲି କହିଛନ୍ତି ।

Advertisement
Advertisement

ଓଡିଶାରେ ପ୍ରସ୍ତୁତ ହେଉଥିବା ଉତ୍କୃଷ୍ଟ ମାନର ହସ୍ତତନ୍ତ ଯେପରି ଆନ୍ତର୍ଜାତିକସ୍ତରରେ କ୍ଷାତି କରିବ ସେଥିପାଇଁ ଏସବୁର ପ୍ରସ୍ତୁତି ସମୟରେ ଏହାର ଗୁଣାତ୍ମକ ଦିଗ ଉପର ସ୍ୱତନ୍ତ୍ର ଧ୍ୟାନ ଦେବା ପାଇଁ ଏକ ବୈଠକରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରୀପାଠୀ କହିଛନ୍ତି । ହସ୍ତତନ୍ତରୁ ମିଳୁଥିବା ଲାଭ ଯେପରି ସିଧାସଳଖ ବୁଣାକାର ଓ ଶିଳ୍ପି ପାଇ ପାରିବେ ସେଦିଗରେ ରାଜ୍ୟ ସରକାର ଧ୍ୟାନ ଦେବେ । ଏଥିପାଇଁ ଏହି କ୍ଷେତ୍ରରେ ଘରୋଇ ପୁଞ୍ଜିନିବେଶ ଉପରେ ଗୁରୁତ୍ୱ ଦିଆଯାଉଥିବା ମୁଖ୍ୟ ଶାସନ ସଚିବ କହିଛନ୍ତି । ଏଥିସହ ବରଗଡ ଜିଲ୍ଲାରେ ଥିବା ବାଲିଜୁରି ହାଟର ବିକାଶ ସହ ଏହାକୁ ଏସିଆର ବୃହତ ପୋଷାକ ବଜାରରେ ପରିଣତ କରିବା ଓ ଏଠାରେ ସମସ୍ତ ଅତ୍ୟାଧୁନିକ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ବୟନ, ହସ୍ତଶିଳ୍ପ ଓ ହସ୍ତକଳା ବିଭାଗକୁ ନିର୍ଦେଶ ଦେଇଛନ୍ତି । ଓଡିଶାର ପଶାପାଲି,ସୋନପୁରୀ, ବମକେଇ ଓ କୋଟପାଡ ଡିଜାଇନ ଆନ୍ତର୍ଜାତୀୟ ସ୍ତରରେ କ୍ଷାତି ଅର୍ଜନ କରିଥିବା ବେଳେ ଏହାକୁ ଅଧିକ ବ୍ୟାପ୍ତ କରାଯିବ । ସୂଚନାଥାଉକି ଓଡିଶାର ଏହି ଶାଢୀ ଗୁଡିକୁ ଅନଲାଇନ ଯୋଗେ ବିକ୍ରି କରିବା ପାଇଁ ରାଜ୍ୟ ସରକାର ଫ୍ଲିପକାର୍ଟ, ଆମାଜନ ଓ ଗୋକୁପ ସହ ଯୋଗାସୂତ୍ର ସ୍ଥାପନ କରିଛନ୍ତି । ଓଡିଶାର ଇକାତ ଓ ବାନ୍ଧକଳାକୁ ଜିଆଇ ଟାଗିଂ ମିଳିସାରିଛି ।

Read more about:

Have a great day!
Read more...

English Summary

Odisha's handloom ekat design is going to be brand for worldwide. odisha government planning to promote this saree on online also.